Lyrics has been copied to clipboard!
ଲା ... ଲା.... ଲା ... ଲା....
ଆମେ ପରସ୍ପର ର ସେବା କରିବା
ଆମ ପ୍ରଭୁ ଯୀଶୁଙ୍କ ଆଜ୍ଞା ମାନିବା
ତାଙ୍କରି ଗୁଣରେ ତାଙ୍କ ଆଚରଣେ
ଜୀବନେ ଆଗକୁ ବଢ଼ିବା
୧. ପ୍ରେମ ଯୀଶୁଙ୍କ ପ୍ରେମ
ଜଗତ ସାରା ଆମେ ବାଣ୍ଟିବା
ଶାନ୍ତି ଯୀଶୁଙ୍କ ଶାନ୍ତି
ସବୁରି ହୃଦେ ଆମେ ଭରିବା
ତାଙ୍କରି ଗୁଣରେ ତାଙ୍କ ଆଚରଣେ
ଜୀବନ ପଥରେ ଚାଲିବା
୨.କଥା ଯୀଶୁଙ୍କ କଥା
ପ୍ରତିଟି କାନେ ଆମେ କହିବା
ବାର୍ତ୍ତା କ୍ଷମା ର ବାର୍ତ୍ତା
ପୃଥିବୀ ବୁକୁ ରେ ପ୍ରଚାରିବା
ତାଙ୍କରି ଗୁଣରେ ତାଙ୍କ ଆଚରଣେ
ଜୀବନ ପଥରେ ଚାଲିବା
ଲେଖା : ସୁକୁମାର ରାଉତ୍