Lyrics has been copied to clipboard!
ମିଠା ମିଠା ଗୀତ ଆସ ଆଜି ଗାଇଯିବା
ନାଚି ନାଚି ଗାଇ ଗାଇ କିଛି କହିଯିବା
କାନେ କାନେ ଆହା ଶୁଣାଇବା
ପ୍ରତି ହୃଦେ ପୁଣି ଦେଇଯିବା
ଯୀଶୁଙ୍କ ଅମୀୟ ପ୍ରେମ
ଫୁଲ ଠାରୁ କୋମଳ ଯେ ଯୀଶୁଙ୍କ ପ୍ରେମ
ସେଇ ପ୍ରେମ ଝରୁଥାଏ ଝରଣା ସମ
ସବୁଠାରୁ ମିଠା ସେହି ଯୀଶୁଙ୍କ ନାମ
ପାପୀ ପାଇଁ ଯୀଶୁ ନାମ ମୁକତି ଧାମ
ଏହି କଥା ଆମେ କହିଯିବା
ପ୍ରତି ହୃଦେ ପୁଣି ଦେଇଯିବା
ଯୀଶୁଙ୍କ ଅମୀୟ ପ୍ରେମ
ତ୍ରିଭୁବନେ ନାହିଁ କେହି ଯୀଶୁଙ୍କ ପରି
ପାପିଙ୍କୁ ଯେ ଏତେ ପ୍ରେମ କରିନି ପାରି
କିଣିଛନ୍ତି ଆମକୁ ସେ ରକତ ଦେଇ
ଜଗତରେ ତାଙ୍କ ପରି ପ୍ରେମିକ ନାହିଁ
ଏହି କଥା ଆମେ କହିଯିବା
ପ୍ରତି ହୃଦେ ପୁଣି ଦେଇଯିବା
ଯୀଶୁଙ୍କ ଅମୀୟ ପ୍ରେମ