Lyrics has been copied to clipboard!
ରେ ମନ ଭାବିଯା ଥରେ ସେ କ୍ରୁଶ କଥା
ରେ ପ୍ରାଣ ଶୁଣିଯା ଥରେ ସେ ପ୍ରେମ ଗାଥା
ତୋର ପାପ ପାଇଁ ଯୀଶୁ କ୍ରୁଶ ବୋହି (୨ଥର)
ସହିଥିଲେ କେତେ ବ୍ୟଥା..ହୋ..(୨ଥର) =୦=
ବିନା ଦୋଷେ ଯୀଶୁଙ୍କୁ ତୁ ଦୋଷୀ ସଜାଇଲୁ
କଣ୍ଟା ମୁକୁଟ ପିନ୍ଧାଇ କଅଣ ପାଇଲୁ
ତାଙ୍କ କୋମଳ ଶରୀରେ ଆଘାତ ତୁ ଦେଲୁ
ଯୀଶୁଙ୍କୁ କ୍ରୁଶେ ଝୁଲାଇ କି ଲାଭ ପାଇଲୁ
ତୋ ମୁକତି ଲାଗି ଦୁଃଖ କଷ୍ଟ ଭୋଗି (୨ଥର)
ନୁଆଁଇଲେ ନିଜ ମଥା..ହାଏ...(୨ଥର) =୧=
ଜମା ଚିହ୍ନି ପାରିଲୁନି ଯୀଶୁଙ୍କ ପ୍ରେମକୁ
ଟିକେ ବୁଝି ପାରିଲୁନି ତାଙ୍କରି ଦୟାକୁ
ତଥାପି ସେ କ୍ଷମା ଦେଇ ତୋ ପାପ ଦୋଷକୁ
ଚାହିଁ ବସିଛନ୍ତି ତୋର ଫେରିବା ବାଟକୁ
ଫେରିଆ ଫେରିଆ ଛାଡ଼ି ମୋହ ମାୟା...(୨ଥର)
ଉଦ୍ଧାରିବେ ତ୍ରାଣକର୍ତ୍ତା ..ହାଏ..(୨ଥର) =୨=

