Lyrics has been copied to clipboard!
ନାଉରୀ ଯୀଶୁ ନାଉରୀ
ପାପରୁ କରାଅ ପାରି (୨ଥର)
ଆସୁଛି କେତେ ଭଉଁରୀ
କେମିତି ଯିବୁ ସେ ପାରି (୨ଥର)
ହୋଇ ଆମ ରକ୍ଷାକାରୀ
ପାରି କର ମଙ୍ଗ ଧରି
ନ ହେଲେ ଯିବୁ ମରି =୦=
ବହୁଅଛି ଏତେ ବାଆ ଟଳମଳ ହୁଏ ନାଆ
କେହି ନାହିଁ ଆମ ରାହା ଯୀଶୁ ତୁମେ ହୁଅ ସାହା (୨ଥର)
ଝଡ଼ ଝଞ୍ଜା ବତାସରୁ ଉଦ୍ଧାର ପାପ ସାଗରୁ (୨ଥର)
ତୋଫାନକୁ ଶାନ୍ତ କରି ଦୃଢ଼ ଆଶା ଦିଅ ଭରି
ଲାଗୁଛି ଡର ଭାରି =୧=
ମାଡ଼ି ଆସେ ସଞ୍ଜ ବେଳ ଦିଶୁ ନାହିଁ ସ୍ଥଳ କୂଳ
ପ୍ରାଣ ହୁଏ ଶୋକାକୁଳ ନାହିଁ ଆଉ ଆମ ବଳ (୨ଥର)
ଆମ ସାଥେ ସଦା ରହି ଆମ ନାବ ନିଅ ବାହି (୨ଥର)
ସିୟୋନର କୂଳେ ନେଇ ଦିଅ ପ୍ରଭୁ ପହଞ୍ଚାଇ
ଶୁଣ ଏଇ ଗୁହାରୀ =୨=

