Lyrics has been copied to clipboard!
ହାଏରେ ମଣିଷ ମାଟିର ମଣିଷ
ଅତି ଅଳ୍ପ ତୋ ଆୟୁଷ ..ହୋ.. (୨ଥର)
ତୋ ଜୀବନ ଦୀପ ଲିଭିବା ଆଗରୁ (୨ଥର)
ଯୀଶୁଙ୍କୁ କରିଯା ବିଶ୍ୱାସ ......=୦=
କେଉଁ ବାଟେ କେତେବେଳେ ମରଣ ଆସେ ଅକାଳେ
ମନୁଷ୍ୟ ତ ଜାଣେ ନାହିଁ
ତଥାପି କାହିଁକି ସତେ ଗର୍ବ ଅହଙ୍କାର ଏତେ
ଜୀବନ ତ କ୍ଷଣସ୍ଥାୟୀ ....
ଯେତେ ଧନଶାଳୀ ହେଉ ଅବା ଜ୍ଞାନି ଗୁଣୀ ହେଉ
ମୃତ୍ୟୁ ସଭିଙ୍କର ପାଇଁ
ଅଟକାଇ ରଖିବାକୁ ମଣିଷର ନିଃଶ୍ୱାସକୁ
କାହାର କ୍ଷମତା ନାହିଁ
ଜନମ ମୃତ୍ୟୁର ସବୁ ଅଧିକାର (୨ଥର)
ରହିଅଛି ଯୀଶୁ ପାଶ ....=୧=
ଯୀଶୁଙ୍କୁ ହୃଦେ ନ ପାଇ ଯଦି ମରିଯିବୁ ତୁହି
ତେବେ କିଛି ମୂଲ୍ୟ ନାହିଁ
ଦୁଷ୍ଟର ମରଣେ ପ୍ରଭୁ ସନ୍ତୋଷ ହୁଅନ୍ତି ନାହିଁ
ଏହା କି ଜାଣିନୁ ତୁହି
ଆଜି ବି ସୁଯୋଗ ଅଛି ଫେରିବାର ବାଟ ଅଛି
ବିଳମ୍ବ କରୁଛୁ କାହିଁ
ତୋ ଜୀବନ ଥାଉ ଥାଉ ଏ ସମୟ ରହୁ ରହୁ
ଚାଲିଆ ତୁ ବେଗେ ଧାଇଁ
ଡେରି ତୁ ନ କରି ପାପକୁ ସ୍ୱୀକାରୀ
ଫେରିଆ ତୁ କ୍ରୁଶ ପାଶ ......=୨=

