Lyrics has been copied to clipboard!
ହେ ଈଶ୍ୱର ପରମେଶ୍ବର
ମହାମାରୀରୁ ରକ୍ଷା କର ....ହୋ
ଏ ଜଗତ ଆଉ ନାହିଁ ସୁରକ୍ଷିତ
ଲାଗେ ଭୟଭୀତ ଭାରି ଅସ୍ତବ୍ୟସ୍ତ
ବଞ୍ଚିବାର ଆଶା ନାହିଁ କାହାର ...
ମହାମାରୀରୁ ରକ୍ଷା କର .......=୦=
ଯୁଆଡ଼େ ବି ଗଲେ ଯୋଉଠି ବି ଗଲେ
ସବୁଠି କରୋନାର ଭୟ
ଶୁଭେ ହାହାକାର କ୍ରନ୍ଦନର ସ୍ବର
କୋଉଠି ନେବୁ ଆଶ୍ରୟ
ଆସିଛି ଘନେଇ ଏ ପୃଥିବୀ ପାଇଁ
ଏମିତିକା ଦୁଃଖ ସମୟ
କୋଉଠି ଲୁଚିବୁ କେମିତି ବଞ୍ଚିବୁ
କିଛି ତ ନାହିଁ ଉପାୟ
ଏ ବିନାଶ କାଳେ ତୁମେ ହିଁ ଭରସା
ଏ ସଙ୍କଟ ବେଳେ ତୁମେ ଏକା ଆଶା
ତୁମ ବିନା କିଏ ସାହା ଆମର
ମହାମାରୀରୁ ରକ୍ଷା କର ........=୧=
ସୁନା କିବା ରୂପା ଧନ କି ସମ୍ପତ୍ତି
କାମରେ ଆସୁନି କିଛି
ମନୁଷ୍ୟର ବୁଦ୍ଧି ଜ୍ଞାନ କଉଶଳ
ସବୁ ତ ବିଫଳ ହେଉଛି
ତୁମ କ୍ରୋଧ ଦିନ ପାଖେଇ ଆସିଛି
ଏହା ତ ପ୍ରମାଣ ଦେଇଛି
ବାକ୍ୟ ଅନୁସାରେ ପୃଥିବୀ ପୃଷ୍ଠରେ
ଏ ସବୁ ଘଟି ଆସୁଛି
ତୁମେ ଏକା ଯୀଶୁ ସୁରକ୍ଷା ପ୍ରାଚୀର
ତୁମେ ଦୃଢ଼ ଦୁର୍ଗ ଆଶ୍ରୟ ନଗର
ଏଇ ସଙ୍କଟରୁ କର ଉଦ୍ଧାର ...
ମହାମାରୀରୁ ରକ୍ଷା କର.........=୨=
SONG CREDITS :
* Song : Mahamariru Rakhya Kara
* Singer : Asima Panda (Ollywood)
* Lyrics : Amit Badanayak
* Music : Amit Badanayak (8895583382)

