Lyrics has been copied to clipboard!
ଆହେ ପିତା ଆରାଧ୍ୟ ଈଶ୍ୱର
ତୁମେ ସାରା ସୃଷ୍ଟିର ଆଧାର (୨ଥର)
ଯୁଗେ ଯୁଗେ ଧନ୍ୟ ହେଉ (୩ଥର)
ନାମ ତୁମର.......
ଆହେ ପିତା ଆରାଧ୍ୟ ଈଶ୍ୱର
ତୁମେ ସାରା ସୃଷ୍ଟିର ଆଧାର ....=୦=
ତୁମେ ଆତ୍ମିକ ଆହାର କ୍ଷୁଧିତ ପ୍ରାଣର
ତୁମେ ଅମୃତ ନିର୍ଝର ତୃଷିତ ଜନର
ତୁମେ କ୍ଷମାର ଭଣ୍ଡାର ପାପୀ ମାନବର
ତୁମେ ଶାନ୍ତିର ଆକର ଅଶାନ୍ତ ମନର
ତୁମେ ଏକା ପଥ ସତ୍ୟ (୩ଥର)
ଏ ଜଗତର........
ଆହେ ପିତା ଆରାଧ୍ୟ ଈଶ୍ୱର
ତୁମେ ସାରା ସୃଷ୍ଟିର ଆଧାର.....=୧=
ତୁମ ନାମ ଅଟେ ପ୍ରଭୁ କେଡ଼େ ମହୀୟାନ
ତୁମ ରାଜ୍ୟ ଅଟେ ପ୍ରଭୁ ଅନନ୍ତ କାଳୀନ
ତୁମ କର୍ତ୍ତାପଣ ଅଟେ ପୁରୁଷାନୁକ୍ରମ
ତୁମ ପରାକ୍ରମ ଅଟେ ଅନନ୍ତ ଅସୀମ
ପାଇବାକୁ ଯୋଗ୍ୟ ତୁମେ (୩ଥର)
ସ୍ତୁତି ସମ୍ଭାର........
ଆହେ ପିତା ଆରାଧ୍ୟ ଈଶ୍ୱର
ତୁମେ ସାରା ସୃଷ୍ଟିର ଆଧାର.....=୨=
କଣ୍ଠଦାନ - ଇରା ମହାନ୍ତି
ଗୀତ ଓ ସଙ୍ଗୀତ - ଅମିତ୍ ବଡ଼ନାୟକ
ସଙ୍ଗୀତ ପରିଚାଳନା - ବାପି ସାମଲ

