Lyrics has been copied to clipboard!
Foundation Day ,J.J.HOME , CUTTACK
( On 2nd Feb.2021 )
( Group Song )
ଆ ଆ ଆ ଆ ଆ ……ଆ ଆ ଆ ଆ ଆ ଆ ଆ ଆ…୨ଥର
ଝରୁଛି ନିତି ଝରିବ ଅଧରୁ ଆମ ସଙ୍ଗୀତ
ସୁମରି ଦୟା ଅଶେଷ ସନ୍ଧ୍ୟା ପ୍ରଭାତ
୧. ଜୀବନ ଲଭିଛି ମଙ୍ଗଳ ଦାନ
ଯାତ୍ରାର ପଥେ ପ୍ରତିଟି ଦିନ
ସ୍ମୃତି ଭରା ସେତ ମଧୁ ଝରା ଏକ
ଆଶା ଭରସାର ଅଲିଭା ଦୀପ
୨. ପଥ ଧାରେ ରହିଥିଲା ସେତ
ଦୁଃଖ କଷ୍ଟ ନଇରାଶ ଯେତେ
ହାତ ଧରି ତୁମେ ବୋହି ନେଲ
ଫୁଟି ଗଲା ଓଠେ ହସ କେତେ
୩. ହଁ ଆସିଛି ଆଜିର ଏ ଶୁଭ ଦିନ
ନାଚୁଛି ମନ ପ୍ରାଣ ଖେଳୁଛି ଶିହରଣ
ହସୁଛି ଆମ ଜୀବନ
ଏଡ଼ି ବାଧା ବନ୍ଧନ ଲୁଚିଗଲା ସପନ
ପାଇଲୁ ସୁଖର ସନ୍ଧାନ
୪. ସ୍ତୁତି ବନ୍ଦନା ପୂଜା ପ୍ରଶଂସା କରୁଛୁ କରିବା ଆମେ
ଦୟାମୟ ତୁମ ଠାରେ ଲୟ ରଖି ବିଶ୍ୱାସ ରେ
ଚାଲିବା ଏ ଧରାଧାମେ
ଅଭିଳାଷ କଲ ପୂର୍ଣ୍ଣ ଆହେ ପ୍ରଭୁ ପ୍ରିୟତମ
ମୁଖରିତ ଜନ୍ମ ଦିନ ଦେଖାଇ ଏ ଶୁଭ ଦିନ
ସେଥିପାଇଁ ଆନନ୍ଦରେ ଧନ୍ୟବାଦ ଦେଉ ସର୍ବେ
ତୁମରି ମଧୁର ନାମେ ..
ଗୀତ ରଚନା :
ସ୍ୱର ସଂଯୋଜନା : ସୁକୁମାର ରାଉତ

