Lyrics has been copied to clipboard!
ମୁଁ ଯେ ଅକିଞ୍ଚନ ଧୂଳିରୁ ନଗଣ୍ୟ
ମୁଁ ଯେ ଦୀନହୀନ ଅଯୋଗ୍ୟ ସନ୍ତାନ
ନାହିଁ ମୋର ବୁଦ୍ଧି ଜ୍ଞାନ
ପାପେ ମୁଁ ଯେ ପରିପୂର୍ଣ୍ଣ
କର ପ୍ରଭୁ ମୋର ପାପକୁ ମୋଚନ
ପାପକୁ ମୋଚନ
=୦=
ହୃଦୟକୁ ଶୂନ୍ୟ କରି
ଆସିଅଛି ତୁମ ପାଶ
ଭରିଦିଅ ଏ ହୃଦୟେ
ପ୍ରଭୁ ତବ ଶୁଭାଶିଷ
ଘେରି ଅଛି ଏ ଜୀବନେ
ଯେତେ ଅଧର୍ମ କଳୁଷ
ପରିଷ୍କୃତ କର ପ୍ରଭୁ
ଢାଳି ତୁମରି ପୀୟୂଷ
ଡାକୁଅଛି ମୁଖ ଖୋଲି
କ୍ଷମା କର ମୋତେ ବୋଲି
ଶୁଣ ପ୍ରଭୁ ବାରେ ମୋ ଆର୍ତ୍ତ କ୍ରନ୍ଦନ
=୧=
ଉଜୁଡ଼ା ଏ ଜୀବନକୁ
ଆଉ ଥରେ ଯୋଡ଼ି ଦିଅ
ତୁମ ରୂପ ଗୁଣ ଦେଇ
ନୂଆ କରି ଗଢି ଦିଅ
ପାପ ତାପ ଧୋଇ ଦେଇ
ଶୁଚି ମୋତେ କରି ଦିଅ
ନୂଆ ବୁଦ୍ଧି ଜ୍ଞାନ ପ୍ରଭୁ
ମୋ ଜୀବନେ ଭରି ଦିଅ
ରୁହ ମୋର ସାଥେ ସାଥେ
ଘେନି ଯାଅ ସତ୍ୟ ପଥେ
କରୁଛି ଶ୍ରୀ ପାଦେ ଏତିକି ଜଣାଣ
=୨=
ଗୀତ ରଚନା ଓ ସ୍ୱର ସଂଯୋଜନା
ଅମିତ୍ ବଡ଼ନାୟକ
କଣ୍ଠଦାନ - ଯୂନସ ଗାଣ୍ଟା
ସଙ୍ଗୀତ ପରିଚାଳନା - ବାପି ସାମଲ

