Lyrics has been copied to clipboard!
ସ୍ୱାଗତର ଗୀତିରେ ଝୁମେ ଆମ ମନରେ
ଆଜିର ଏ ଶୁଭ ସନ୍ଧ୍ୟାରେ
ଫୁଟିଛି ଓଠେ ହସ ତୁମ ସଭିଙ୍କ ଆଗମନରେ ( ଘୋଷା )
ହୋଇଛି ତ ଗଢ଼ା ଆମ ଏ ଜୀବନ
ତୁମ ସାହାଯ୍ୟ ଅବଦାନରେ
ସୁଝିବୁ କିପରି ତୁମ ପ୍ରେମ ଗୁଣ
ଆମ ଏ ଟିକି ଜୀବନରେ
ନେଇଛୁ ଶପଥ ଆଜି ଏଇ ଦିନରେ
ଚାଲିବାକୁ ସତ୍ୟ ପଥରେ ....ଫୁଟିଛି.....( ୧ )
ଦୀପଟିଏ ସମ ନିଜେ ଜଳି ଜଳି
ଚଲାଇଛ ସତ୍ୟ ଆଲୋକରେ
ଦୁଃଖ ନଈରାଶେ ସାନ୍ତ୍ଵନାର ଭାଷେ
ଆଶା ଦେଇଅଛ ମନ ପ୍ରାଣରେ
ବିରଳ ଆତ୍ମ ତ୍ୟାଗର ଉପମାକୁ ଦେଖାଇଛ କାର୍ଯ୍ୟରେ
ତୁମରି ଆଶିଷ ବିନୁ ଚାଲିପାରିବୁକି ଧରାରେ .....( ୨ )
ସ୍ୱାଗତର ଗୀତିରେ..........
ରଚନା ଓ ସ୍ୱର ସଂଯୋଜନା:
ସଚିତ୍ର ଦିଗାଲ
ଯେ. ଯେ. ହୋମ , କଟକ
On 06/ 09/2016
( ପିତୃ ମାତୃ ଦିବସ ଉପଲକ୍ଷେ )

