Lyrics has been copied to clipboard!
ଆସିଛି ଆଜି ଶୁଭ ବଡ଼ଦିନ
ହଜାଇ ଦେଇ ପ୍ରତିକ୍ଷା ସପନ
ଆଜି ଏହି ଧରାପରେ
ଦେଖ ଜନମିଛି ଈଶ୍ୱ ନନ୍ଦନ
ଭରି ପ୍ରତି ହୃଦେ ଆଶା କିରଣ
ବେଥଲର ଗୁହାଳରେ
ପ୍ରେମ ମମତାର ଫୁଲ
ଭେଟିଦେବା ବେଗେ ଚାଲ
ସେହି ଶିଶୁ ଯୀଶୁଟିର ପଦରେ ......( ଘୋଷା )
ପାପୀଙ୍କୁ ପାପରୁ ଉଦ୍ଧାରିବା ପାଇଁ
ଜନମିଛି ଦେଖ ଗୁହାଳରେ ସେହି... ୨ଥର
ଅଶାନ୍ତ ମନକୁ ଶାନ୍ତି ଦେବା ପାଇଁ
ଆସିଛି ଧରାରେ ଶାନ୍ତି ରାଜା ଏହି
ପ୍ରେମ ମମତାର ଫୁଲ ......( ୧ )
ସ୍ୱର୍ଗୀୟ ପିତାଙ୍କ ପ୍ରେମର ସ୍ୱରୂପ
ଅଟଇ ସେହିତ ମଶିହ ଖ୍ରୀଷ୍ଟ ....୨ଥର
ଜନ୍ମିଛି ବୁଝି ସେ ପିତାଙ୍କ ସଂକଳ୍ପ
ପୂଜିବା ପ୍ରଭୁର ପାଦ ଚାଲ ଉଠ
ପ୍ରେମ ମମତାର ଫୁଲ .....( ୨ )
ରଚନା ଓ ସ୍ୱର ସଂଯୋଜନା :
ଯୂନଷ ସାମଲ
ଯେ.ଯେ.ହୋମ, କଟକ
On 17/12/2016

