Lyrics has been copied to clipboard!
ନୀଳ ଆକାଶେ କହେ......ତାରକା
ଶୁଣରେ ଆଜି ଶୁଣରେ ....
ନୀଳ ଆକାଶେ କହେ ତାରକା
ଶୁଣରେ ଆଜି ଶୁଣରେ
ତ୍ରାଣକରତା ନେଲେ ଜନମ
ଦେଖ ଏଇ ଧରାପରେ
ଶୁଣ ହେ ବିଶ୍ୱଜନ ଆଜି ଶୁଣରେ ...
୧. ଚମକି ଉଠୁଛି ଆଜି ବେଥଲ ଗୁହାଳ
ମହକି ବାସୁଛି ଆଜି ନୂତନ ସୁବାଷ
ପତିତ ପାବନ ସେଯେ ଈଶ୍ୱର ନନ୍ଦନ
ଜନମ ନେଇଛି ପରା ମୁକତି ଚନ୍ଦନ
ତା' ଜନମେ ହସୁଛି ଆନନ୍ଦେ ଏ ଧରାଧାମେ
ବୋଲଜୟ .......ଯୀଶୁଜୟ ...
( ବୋଲଜୟ .....ଯୀଶୁଜୟ ....୨ଥର )
୨- ଯୀଶୁନାମେ ଆଜି ଗାଅ , ମହା ଆନନ୍ଦରେ
ହେବେ ସାର୍ଥକ ଯେ ପ୍ରାଣ
ଏ ବଡ଼ ଦିନରେ
ସେ ହିଁ ପଥ, ସତ୍ୟ ଅନନ୍ତ ଜୀବନ
ତାଙ୍କଠାରେ ହିଁ ମିଳଇ ପରିତ୍ରାଣ
ଅରପିଲେ ତାଙ୍କଠାରେ ଏ ଜୀବନ , ଲଭିବ ଜୀବନେ ପରିତ୍ରାଣ
ତାରଟିଏ ଆକାଶେ କହୁଛି ଥରେ ଶୁଣରେ .....
ସେହିଁ ପଥ ସତ୍ୟ ....
( କ୍ଳାନ୍ତ ଧରଣୀ ପରେ ତାରକା ...ତାରକା
କହୁଛି ଶୁଣରେ ...)
ରଚନା ଓ ସ୍ୱର ସଂଯୋଜନା : bro. Isac
ତା. ୨୯.୧୨.୨୦୧୮

