Lyrics has been copied to clipboard!
ଅନନ୍ତ ଆକାଶ ନିଳିମାରେ ତୁମେ
ଲେଖିଅଛ ତୁମ ନାମ
ହୋ....ହରଷିତ ମନେ ବନ୍ଦନା ତୁମରି
ଗାଉଥିବି ସବୁଦିନ
ଲେଖିଅଛ ତୁମ ନାମ
ହୋ....ହରଷିତ ମନେ ବନ୍ଦନା ତୁମରି
ଗାଉଥିବି ସବୁଦିନ
୧.-ସଣ୍ଡେସ୍କୁଲରେ ଢାଳିଦେଇଅଛ ତୁମରି କରୁଣା ଧାରା
ବାକ୍ୟରେ ମଧୁରେ ଭରିଦେଇଅଛ
ଆମରି ହୃଦୟ ଭରା
ହୋ...ଏହି ଶିକ୍ଷାଳୟ କହିଦେଇଯାଏ
ଯୀଶୁ ଆମ ପ୍ରିୟତମ....
ବାକ୍ୟରେ ମଧୁରେ ଭରିଦେଇଅଛ
ଆମରି ହୃଦୟ ଭରା
ହୋ...ଏହି ଶିକ୍ଷାଳୟ କହିଦେଇଯାଏ
ଯୀଶୁ ଆମ ପ୍ରିୟତମ....
୨- ବାକ୍ୟର ପ୍ରଦୀପ ଅଲିଭାଟି ହୋଇ
ଆମ ମନେ ମନେ ଜଳୁଥାଏ
ଯୀଶୁ ଜୟ ଗୀତ ନବୀନ ସୁରରେ
ପ୍ରୀତି ସୁଧା ଢାଳୁଥାଏ
ହୋ.... ପ୍ରଣମିବା ଚାଲ ତାଙ୍କ ପୁଣ୍ୟ ପାଦେ
ସାର୍ଥକ ହେବ ଏ ଦିନ ...
ଆମ ମନେ ମନେ ଜଳୁଥାଏ
ଯୀଶୁ ଜୟ ଗୀତ ନବୀନ ସୁରରେ
ପ୍ରୀତି ସୁଧା ଢାଳୁଥାଏ
ହୋ.... ପ୍ରଣମିବା ଚାଲ ତାଙ୍କ ପୁଣ୍ୟ ପାଦେ
ସାର୍ଥକ ହେବ ଏ ଦିନ ...
ତା.୦୩.୦୯.୨୦୧୪


