Lyrics has been copied to clipboard!
ଟିକି ଓଠ ଧାରେ ସ୍ୱାଗତର ଗୀତି
ଝରିଯାଏ ଆଜି ମନ ପ୍ରାଣ ଭରି ୨ଥର
ସ୍ୱାଗତ କରୁଛୁ ଆମେ ଶୁଭ ସନ୍ଧ୍ୟାରେ
ପ୍ରଣମୁ ତୁମ ଚରଣରେ ଏଇ ଦିନରେ
ଝରିଯାଏ ଆଜି..........
ଝରିଯାଏ ଆଜି ମନ ପ୍ରାଣ ଭରି ୨ଥର
ସ୍ୱାଗତ କରୁଛୁ ଆମେ ଶୁଭ ସନ୍ଧ୍ୟାରେ
ପ୍ରଣମୁ ତୁମ ଚରଣରେ ଏଇ ଦିନରେ
ଝରିଯାଏ ଆଜି..........
୧: ତୁମେ ଜ୍ଞାନ ପୁଣି ବୁଦ୍ଧି ର ଭଣ୍ଡାର
ଆମ ଏଇ ଜୀବନରେ
ତୁମେ ହିଁ ଆମର ପିତୃମାତୃ ପୁଣି
ଆମ ଜୀବନ ପ୍ରଦୀପ
ପ୍ରେମରେ ରଖିଛ ପ୍ରେମେ ଆବୋରିଛ
ଏ ପ୍ରେମର ଯେ ନ ହେଉ ଅନ୍ତ
ଆମ ଏଇ ଜୀବନରେ
ତୁମେ ହିଁ ଆମର ପିତୃମାତୃ ପୁଣି
ଆମ ଜୀବନ ପ୍ରଦୀପ
ପ୍ରେମରେ ରଖିଛ ପ୍ରେମେ ଆବୋରିଛ
ଏ ପ୍ରେମର ଯେ ନ ହେଉ ଅନ୍ତ
୨: ପିତା ତୁମେ ଆମ ଶିରୋର ଭୂଷଣ
ମାତା ତୁମେ ଗଳା ହାର
ତୁମ ବିନା ଆମ ଜୀବନ ଅଧୁରା
ହୋଇଯିବୁ ପଥହରା
ପ୍ରେମେ ଶିଖାଇଛ ପ୍ରେମେ ସଜାଡ଼ିଛ
ତୁମ ଏ ପ୍ରେମ ନ ହେଉ ଅନ୍ତ
ମାତା ତୁମେ ଗଳା ହାର
ତୁମ ବିନା ଆମ ଜୀବନ ଅଧୁରା
ହୋଇଯିବୁ ପଥହରା
ପ୍ରେମେ ଶିଖାଇଛ ପ୍ରେମେ ସଜାଡ଼ିଛ
ତୁମ ଏ ପ୍ରେମ ନ ହେଉ ଅନ୍ତ
ଲେଖା ଓ ସ୍ୱର ସଂଯୋଜନା :
: bro. ଇସାକ
: bro. ଇସାକ


