Lyrics has been copied to clipboard!
ପ୍ରଭୁ ପାଦେ ମନ ତୋର ଅରପି ଥିଲୁ
ସେହି ପାଦ ଛାଡ଼ି କାହିଁ ଦୂରେଇ ଗଲୁ
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ (୨ଥର)
କେଉଁ ଲାଳସାରେ ମନ ବୁଲେଇ ଦେଲୁ
ଯାହା ପାଇଥିଲୁ ସବୁ ହଜେଇ ଦେଲୁ
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ (୨ଥର)
ଦିନ ଦୁଃଖିଙ୍କ ସେବାରେ ଥିଲୁ
ଲୋଭ ମୋହରେ ମାତିଲୁ...(ବନ୍ଧୁ) (୨ଥର)
ଛଳ କପଟେ ପଦ ପଦବୀ
ସବୁତ ହାତେଇ ନେଲୁ....(ଧନ) (୨ଥର)
ଦାନ ଧର୍ମ କର୍ମ ସବୁ ପାଶୋରି ଦେଲୁ
ଧନ ପାଇଁ ମାନ ତୋର ହରେଇ ଦେଲୁ
ଠିକ୍ କରିଲୁ ନା ବନ୍ଧୁ
ସରିଗଲେ ତୋ ବଳ ବୟସ
ଭଣ୍ଡାର ହୋଇବ ଖାଲି... (ବନ୍ଧୁ) (୨ଥର)
ଖାଲି ହାତରେ ଆସିଥ୍ଲୁ ତୁ
ଖାଲି ହାତେ ଯିବୁ ଚାଲି...(ଧନ) (୨ଥର)
କାହା ଲାଗି ଏତେ ଧନ ଅରଜି ଥୁଲୁ
ଅକ୍ଷୟ ଧନକୁ କିବା ତୁଛ ମଣିଲୁ
ଠିକ୍ କରିଲୁ ନା ବନ୍ଧୁ ଭୁଲ୍ କରିଲୁ (୨ଥର)
Lyrics :– Jugala Kishor Pradhan
Music arrangement :- Priyodas Mali
Singer :- Mantu Churiya

