Lyrics has been copied to clipboard!
ଆମେ ଯୀଶୁଙ୍କର ଯୀଶୁଙ୍କର
ଯୀଶୁଙ୍କ ସନ୍ତାନ
ଯୀଶୁଙ୍କର ଯୀଶୁଙ୍କର
ଯୀଶୁଙ୍କ ସନ୍ତାନ
ସେ ଯେ ସୃଷ୍ଟିକରତା
ଆମ ପରମପିତା
ଜଗତରେ ତାଙ୍କ ପାଇଁ ସାକ୍ଷୀ ଯେ ହେବା – ୦ –
ଯେବେ ଯାଏ ଦୂରେ
ହାତ ଠାରି ଡାକନ୍ତି
ଅପବ୍ୟୟୀ ପୁଅ ମୁଁ ସେ
କ୍ଷମା କରନ୍ତି
ଏମିତି କ୍ଷମା ଜଗତେ
କିଏବା କରିବ ସତେ
ଚାଲ ତାଙ୍କ ମନ ପରି
ମନ ଧରିବା
ଝଡ଼ ବତାସରେ
ହୁଏ ଯେବେ ଆତୁର
ଦୁଃଖ ଶୋକ କରି ଦୂର
କଲେ ସୁସ୍ଥିର
ଏମିତି ପ୍ରେମ ଜଗତେ
କିଏବା କରିବ ସତେ
ତାଙ୍କ ପଛେ ଯିବା ଆସ
ଶାନ୍ତି ପାଇବା
ରଚନା - ସୁଜିତ୍ ଖୁଣ୍ଟିଆ, ସ୍ବର - ସୁକୁମାର ରାଉତ୍

