Lyrics has been copied to clipboard!
ସେ ପ୍ରେମ କହିଯାଏ
କେତେ କଥା ନୀରବେ (୨)
ଅଭୁଲା ସେ ପ୍ରେମ ଚିରନ୍ଧନ ପ୍ରେମ
ଅପାର ସେ ପ୍ରେମ ମଧୁର ସେ ପ୍ରେମ
ପାପୀ ପାଇଁ ଦେଲେ ପ୍ରାଣ
କୃଶ ପରେ ଯୀଶୁ ଆମ(୨)
ନିଜ ଜୀବନକୁ କଲେ ସେ ଦାନ
୧
ନୀରବରେ କେତେ କଷ୍ଟ ଭୋଗିଥିଲେ ଯୀଶୁ ଆମ
ରାଜପୁତ୍ର ହୋଇ ମଧ୍ୟ ସହିଥଲେ ଅପମାନ
କହିଲେନି କଥା ପଦେ ସହିଲେ କେତେ କଷଣ
ଜଗତର ପାପ ଭାର ବୋହିଲେ ସେ ରାଜନ
ଚିହ୍ନିଲାନି ଏ ଜଗତ
ଯୀଶୁଙ୍କୁ କଲା ବିଧୁଣ୍ଡ
ତଥାପି ଜଗତକୁ କଲେ ପ୍ରେମ
ଅଭୁଲା ସେ ପ୍ରେମ ଚିରନୁନ ପ୍ରେମ
ଅପାର ସେ ପ୍ରେମ ମଧୁର ସେ ପ୍ରେମ
୨-କଳଙ୍କିତ ଏ ଜଗତେ ପ୍ରେମ ହୋଇଥିଲା ଶୂନ୍ୟ
ଆପଣାର ପୁତ୍ରଙ୍କୁ ସେ ପ୍ରେମରେ କଲେ ପ୍ରଦାନ
ନିସ୍କାପ ନିର୍ବାଗ ଥିଲା ତାଙ୍କ ପୁତ୍ରଙ୍କ ଜୀବନ
କୃଶରେ ସେ ସମର୍ପିଲେ ପାପି ମାନବ କାରଣ
ଆହା କି ଅସୀମ ପ୍ରେମ
କଲେ ପୁତ୍ରଙ୍କୁ ସେ ଦାନ
ଅନୁଗ୍ରହ ତାଙ୍କ ଯେ ଅନୁପମ
ଅଭୁଲା ସେ ପ୍ରେମ ଚିରନ୍ଧନ ପ୍ରେମ
ଅପାର ସେ ପ୍ରେମ ମଧୁର ସେ ପ୍ରେମ

