Lyrics has been copied to clipboard!
ପ୍ରାର୍ଥନା ତୁମରି ସେବା ଉପାସନା
ବୃଥା ହୋଇଯାଏ
ଅନ୍ତରରେ ଯେବେ ଭକତି ନ ଥାଏ
ଛଳ କପଟତା ମୁଖା ପିନ୍ଧି କେହି
ପ୍ରଭୁଙ୍କର କୃପା କେବେ ନ ପାଏ -o-
୧- ହୃଦୟରେ ଯେବେ ଥାଏ କ୍ରୋଧଭାବ
କାହିଁ ଗ୍ରହଣୀୟ ହୋଇବ ନଇବେଦ
ଭାଇ କି ବନ୍ଧୁ କୁ ଘୃଣା କରେ ଯିଏ
ପ୍ରଭୁଙ୍କୁ କି ପ୍ରେମ କରିବ
ଏ ଜଗତ ସିନା ବାହ୍ୟ ରୂପ ଦେଖେ
ପ୍ରଭୁ ତ ଦେଖନ୍ତୁ ସବୁରି ହୃଦୟେ
୨- ଭୁଲି ରାଗ ଦୋଷ କ୍ରୋଧ ଅଭିମାନ
ସଭିଙ୍କୁ କରିବା ସାଦରେ ଗ୍ରହଣ
ପ୍ରଭୁଙ୍କର ଦୃଷ୍ଟି ଥାଏ ତା ଉପରେ
ବିତାଏ ଯେ ଏପରି ଜୀବନ
ପ୍ରଭୁ ତ ଥାଆନ୍ତି ତା ଉପାସନାରେ
ଯେ ଡାକେ ତାହାଙ୍କୁ ସତ୍ୟ ଆତ୍ମାରେ

