Lyrics has been copied to clipboard!
ମନ ସାଗରେ ଦୁଃଖ ର ଜୁଆର
ଉଠୁଅଛି ଏହି ସମୟ
କାନ୍ଦନା ଲୋ ଆମ ସେମ୍ପୋନି ମା ଧନ..୨ଥର
ଏଇତ ବିଧିର ବିଧାନ
କାନ୍ଦନା...କାନ୍ଦନା... କାନ୍ଦନା
ସେମ୍ପୋନି ମା ଧନ ମୋ
ସେମ୍ପୋନି ମା ଧନ
୧. ଖୁସି ହୋଇଥିଲେ ବାପା ମା ତୋହର ହୋଇଥିଲୁ ତୁ ଯେବେ ଜନମ ...୨ଥର
ହସ, ଖୁସିରେ ତ ବିତିଲା ଜୀବନ
ବାପା ଘରେ ନିତି ଦିନ
ପର ଘର ପାଇଁ ତୋର ଏ ଜନମ
ଦୁହିତା ତୋହର ଜୀବନ
କାନ୍ଦନା ......
୨. କିଭଳି ଭୁଲିବୁ ପ୍ରେମକୁ ତୋହର
ନାହିଁ ଆଉ କିଛି ଉପାୟ ...୨ଥର
ସୁଖେ ଦୁଃଖେ ସାଥି ଶଙ୍କର ତୋହର
ହାତ ଧରିବେ ଚିର ଦିନର
ପ୍ରଭୁ ସାଥେ ରହି କାଟିଲେ ଜୀବନ
ସହାୟ ହେବେ ସେ ତୋହର
...
ସ୍ୱର: ବିତିଯାଉ ଆଜି ଶୁଭ ସମୟ ବୁଝିଯାରେ

