Lyrics has been copied to clipboard!
ଏ ଶୀତ ରାତିର ଆକାଶ ବୁକୁରେ
ଝିଲିମିଲି କରେ ଏକ ତାରକା
ସୁପ୍ତ ପୃଥିବୀ କାନ ଡେରି ଶୁଣ
ଦେଇଯାଏ ଏକ ଶୁଭବାରତା
ଝିଲିମିଲି କରେ ଏକ ତାରକା
ସୁପ୍ତ ପୃଥିବୀ କାନ ଡେରି ଶୁଣ
ଦେଇଯାଏ ଏକ ଶୁଭବାରତା
୧. ଅନେକ କଳୁଷ ଅଙ୍ଗରେ ବହି
କ୍ଳାନ୍ତ ହୋଇଛି ମଣିଷ ଜାତି
ସେଥିପାଇଁ ଆଜି ଈଶ୍ବ ନନ୍ଦନ
ଧୂଳି ଧରଣୀରେ ତା ଶେଯ ପାତି
ମୃଦୁ କଲ୍ଲୋଳେ କରେ ମୁଖରିତ
ତନ୍ଦ୍ରା ତେଜରେ ବିଶ୍ୱ ଜନତା
କ୍ଳାନ୍ତ ହୋଇଛି ମଣିଷ ଜାତି
ସେଥିପାଇଁ ଆଜି ଈଶ୍ବ ନନ୍ଦନ
ଧୂଳି ଧରଣୀରେ ତା ଶେଯ ପାତି
ମୃଦୁ କଲ୍ଲୋଳେ କରେ ମୁଖରିତ
ତନ୍ଦ୍ରା ତେଜରେ ବିଶ୍ୱ ଜନତା
୨. ଉଲ୍ଲାସେ ଭରି ପ୍ରତି ଅନ୍ତର
ବନ୍ଦନା ଗୀତ ଉଠରେ ଗାଇ
କଳୁଷ ତିମିର ଯିବ ଅପସରି
ଭୟ ନାହିଁ ଆଉ ଭୟ ନାହିଁ
ମଉନ ରାତ୍ରି ସାକ୍ଷୀ ଯେ ତାର
ଶୁଭ ସଙ୍କେତ ଦିଏ ତାରକା....
ବନ୍ଦନା ଗୀତ ଉଠରେ ଗାଇ
କଳୁଷ ତିମିର ଯିବ ଅପସରି
ଭୟ ନାହିଁ ଆଉ ଭୟ ନାହିଁ
ମଉନ ରାତ୍ରି ସାକ୍ଷୀ ଯେ ତାର
ଶୁଭ ସଙ୍କେତ ଦିଏ ତାରକା....

