Lyrics has been copied to clipboard!
ପ୍ରଭୁ ହେ.........୨ଥର
ନିସଙ୍ଗ ମୋ ପ୍ରାଣେ ସାଥି ହୁଅ
ମାଗୁଛି ଆଞ୍ଜୁଳେ ତୁମରି ଅନୁଗ୍ରହ
ଆଶ୍ରୟ ସହାୟ
କ୍ଷମାର ତୁମେ ସାଗର ସତ୍ୟ ଈଶ୍ୱର
ବନ୍ଧୁ ଅଟ ତୁମେ ସଦା ପାପି ମଣିଷର
ଖୋଲି ଦିଅ ପ୍ରଭୁ କ୍ଷମାର ସେ ଦ୍ୱାର
ଧୋଇ ମୋତେ ପାପୁ ଶୁଚି କର
ମାଗୁଛି ଆଞ୍ଜୁଳେ ତୁମରି.............
୧ : ଭାଙ୍ଗି କହି ନୀରବତା
ମୋ ଓଠ ର ଶେଷ କଥା
ପ୍ରଭୁ ଯୀଶୁ ତୁମେ ଏକା
ମୋ ଜୀବନେ ସ୍ମୃତି ଶିଖା
ଯୀଶୁ ହେ ........ ପ୍ରଭୁ ହେ.....
ମୋ ଅନ୍ଧ ଜୀବନେ......
୨: ତୁମେ ବନ୍ଧୁ ତୁମେ ସଖା
ମୋ ହସର ସ୍ମୃତି ରେଖା
ମୋ ଜୀବନେ ଚଲାପଥେ
ହେଉ ସଦା ତୁମ ଦେଖା
ଯୀଶୁ ହେ ..... ପ୍ରଭୁ ହେ .....
ମୋ ଅନ୍ଧ ଜୀବନେ....

