Lyrics has been copied to clipboard!
କାହିଁ ଆଗମନ ନ କୁହରେ ମନ
ଆସିବେ ନିଶ୍ଚେ ଆସିବ ସେ,
ଆସିବେନି ବୋଲି ନ ଯାଅ ତୁ ଭୁଲି
ଆସୁଛନ୍ତି ସେ ଗୌରବେ ହେ ( ଘୋଷା )
ମହା ଆନନ୍ଦରେ ଦୂତ ତୂରୀ ବାଦ୍ୟ
ମେଘ ରଥେ ସେ ଆସିବେ
ରୂପାନ୍ତରିତ ବିଶ୍ଵାସୀ ହୋଇବେ
ମୃତ କବରୁ ଉଠିବେ
ମଧ୍ୟ ଆକାଶରେ ବିବାହ ଭୋଜରେ
ନିଶ୍ଚେ ବିଶ୍ଵାସୀ ଭୁଞ୍ଜିବେ.......୧
ମହା ଭୟଙ୍କର ହେବ ସେହି ଦିନ
ଯେତେ ସବୁ ପାପୀ ପାଇଁ
ନ ପାଇବେ ରକ୍ଷା ସେହି କ୍ରୋଧ ଦିନେ
ଲୁଚି ନ ପାରିବେ କେହି
ତେଜି ପାପ ଦୋଷ ସତ୍ୟ ପଥେ ଆସ
ତେବେ ସେ ରକ୍ଷା କରିବେ ......୨
Please subscribe to my channel
Here for more update, video
Song,and application......
https://www.youtube.com/channel/UC3DlKtftYcWi3CVhjGvOECg

