Lyrics has been copied to clipboard!
ଆସ ଗାଇବା ପ୍ରଶଂସା କରିବା
ଆନନ୍ଦେ ବଜାଇ ବାଜା
ଯୀଶୁ ଆମ ତ୍ରାଣକର୍ତା
ପ୍ରେମ ଭରା ମୁକ୍ତି ଦାତା
କରିବା ତାଙ୍କରି ପୂଜା
୧ - ପ୍ରିୟତମ ପ୍ରେମମୟ ସେହି ଏକା ଦୟାମୟ
ରଖିଥିଲେ ତାଙ୍କୁ ଲୟ ଦୂରେ ଯାଏ ପାପ ଭୟ .....୨ଥର
ଯୀଶୁ ପ୍ରେମେ ହଜିଯିବା ତାଙ୍କ କଥା କହୁଥିବା
ମନରେ ନ ରଖି ଲଜ୍ଜା...
୨- ଯୀଶୁ ନାମେ ମିଳେ ଶାନ୍ତି ଲିଭିଯାଏ ଦୁଃଖ କ୍ଲାନ୍ତି
ତାଙ୍କଠାରେ ଅଛି ଶକ୍ତି ଅପାର ଆନନ୍ଦ ତୃପ୍ତି......୨ଥର
ତାଙ୍କ ଗୁଣ ଗାଉଥିବା ଯେତେଦିନ ବଞ୍ଚିଥିବା
ଆସୁ ପଛେ ଝଡ ଝଞ୍ଜା....

