Lyrics has been copied to clipboard!
ଆ...ଆ...
ଅଣଚାଶ ତମ ଜନ୍ମ ଦିନ ଦେଖାଇଲ ଯୀଶୁ ରାଜନ
ଓଠେ ଆମ ହସ ଦେଇ ଦେଇଛ ମଙ୍ଗଳ ଦାନ
କରୁଛୁ ଆରାଧନା ତୁମ ତୁମେ ଏକା ହିଁ ଅଟ ମହାନ
ସବୁ ସପନକୁ ତୁମେ ପୁରା କଲ
ମନୁ ଅବସାଦ ତୁମେ ଦୂର କଲ
ଦେଖାଇ ଅଣଚାଶ ତମ ଜନମ ଦିନ
ଦିନେ ଥିଲୁ ବେସାହାରା ସାହାରା ତୁମେ ହିଁ ଦେଲ
ଧୂଳିରୁ ଉଠାଇ ପରିଚୟ ଦେଇ
ତୁମରି ସନ୍ତାନ କଲ
ଭୁଲା ପଥିକ ର ତୁମେ ସାଥି
ତୁମେ ଥିଲେ ନାହିଁ ଭୟଭୀତି
ସବୁ ସପନକୁ ତୁମେ ପୁରା କଲ
ମନୁ ଅବସାଦ ତୁମେ ଦୂର କଲ
ଦେଖାଇ ଅଣଚାଶ ତମ ଜନମ ଦିନ
୨
ପଥଧାରେ ରହିଥିଲା କେତେ
ଦୁଃଖ, ଶୋକ ନଈରାଶ ଯେତେ
କଢ଼ାଇଲ ପ୍ରଭୁ ତୁମେ
ଦେଇ ତୁମ ହାତ ଆମରି ହାତେ
ମନେ ଭରସା ବିଶ୍ଵାସ ଦେଇ ତୁମେ
ଯିହୋବାଯିରି ଇଶ୍ଵର ହୋଇ ତୁମେ
କଲ ପୂରଣ ଅଭାବ ଆମରି ଯେତେ
୩
ହୋ... ହୋ...
ଲା.......
ଧନ୍ୟ ହେଉ ପ୍ରଭୁଯୀଶୁ ତୁମରି ନାମ
ତ୍ରିଭୁବନେ ଏକା ଯୀଶୁ ତୁମେ ମହାନ
ତୁମେ ହିଁ ଆମ ସୁରକ୍ଷା କାରୀ
ତୁମେ ହିଁ ଆମ ପାଳନ କାରୀ
ସେଥିଲାଗି କରୁ ତୁମ ଗୁଣ କୀର୍ତ୍ତନ
ଧନ୍ୟ ହେଉ ପ୍ରଭୁଯୀଶୁ ତୁମରି ନାମ
ତ୍ରିଭୁବନେ ଏକା ଯୀଶୁ ତୁମେ ମହାନ
୪
ଅନନ୍ତ ଅସୀମ ହେ ଯୀଶୁ ରାଜନ
ତୁମ ବିନା ଶୂନ୍ୟ ଏ ଜୀବନ ..
ପ୍ରଭୁ ତୁମରି ବିନା କେହି ତ ନାହିଁ ଦେବାକୁ ଜୀବନ
ଅନନ୍ତ ଜୀବନ
ପ୍ରଭୁ ତୁମରି ସମ କେହି ତ ନାହିଁ
ତୁମେ ହିଁ ମହାନ
ତୁମେ ହିଁ ମହାନ
ଲେଖା ଏବଂ ସ୍ଵର ସଂଯୋଜନା :
ସଚିତ୍ର ଦିଗାଲ୍
( ଯେ.ଯେ. ହୋମ୍ , କଟକ )

