Lyrics has been copied to clipboard!
Jehovah Jireh Children's Home, Cuttack
Dt.13/01/2023
ମନ୍ଦିରେ ତବ ଆସିଛୁ ପ୍ରଭୁ
ବନ୍ଦନା କରିବୁ ତୁମରି
ଘେନ ଘେନ ଆହେ ବିଶ୍ଵକରତା
ପୂଜା ନୈବେଦ୍ୟ ଆମରି
ମନ୍ଦିରେ ତବ.....(0)
୧. କେତେ ଆଶା କରି ଆସିଛୁ ସରବେ
ପୂଜିବୁ ଚରଣ ତୁମରି
ଦରଶନ ଦିଅ ଯୁବା ଜୀବନରେ
ଅନ୍ତର ଭାଙ୍ଗିବ ସବୁରି
ମନ୍ଦିରେ ତବ .....
୨. ଅନ୍ଧକାର ଘେରା ଜୀବନରେ ଆମ
ଧରମ ଦୀପ ଦିଅ ଜାଳି
ଆଲୋକେ ଆମରି ଜଗତ ଧରଣୀ
ଅନ୍ଧାର ଯାଉ ଅପସରି
ମନ୍ଦିରେ ତବ .....
୩. ତୁମରି କରମେ ଜଗାଅ ଆମକୁ
ହୁଅ ତୁମେ ଆମରି ସାଥି
ସରବ ବିଷାୟେ ଅଗ୍ରଗଣ୍ୟ ହୁଅ
ଡାକୁଛୁ ହେ ସ୍ଵାଗତ କରି
ମନ୍ଦିରେ ତବ .....

