Lyrics has been copied to clipboard!
Theme Song
Song No. - 1
ଆଲୋକର ସମ୍ଭାର
ମଧୁଝର ଝରଣାର
ବନଲତା ପାହାଡ଼
ମଧୁସ୍ଵର ପକ୍ଷୀଙ୍କର
ଆମରି ସୃଷ୍ଟିକର୍ତ୍ତା ପ୍ରଭୁ
ଆମ ପାଇଁ ସଜାଇ ସବୁ
ଆମକୁ ହିଁ ଭାର ସେ ଦେଲେ
ସୁରକ୍ଷାର...
୧- ସବୁଜିମା ଭରା
ଫୁଲ ଫଳେ କେତେ ହସେ
ଏଇ ଧରା
ଅପରୂପ ନେଇ
ଆମରି ଏ ପୃଥିବୀ କେତେ
ରଙ୍ଗ ଭରା
ଆମରି ସୃଷ୍ଟି......ସୁରକ୍ଷାର – ୧ –
ସୂର୍ଯ୍ୟ ତାରା ହସେ
ପ୍ରଭୁଙ୍କ ମହିମା ଗାଇ
ନୀରବରେ
ଦିନ ଯାଏ ପୁଣି
ରାତି ଆସେ
ଭିଜାଏ ଜହ୍ନ ଜୋଛନାରେ
ଆମରି ସୃଷ୍ଟି......ସୁରକ୍ଷାର – ୨ –
ନବନ୍ଦ - ପରିତୋଷ ଦାସ୍, ସୁର - ସୁକୁମାର ରାଉତ୍
https://youtu.be/ubvluQO7qV4

