Lyrics has been copied to clipboard!
ଅଭାବ ମୋହର କରିବେ ସେ ଦୂର,
କି ହେତୁ ହେବି ମୁଁ ଚିନ୍ତାରେ କାତର । ଘୋଷା ।
ସକଳ ପଥ ମୋର, ଅବସ୍ଥା ଆବର ଅଟେ ତାଙ୍କୁ ଗୋଚର,
ଦୁର୍ଦ୍ଦଶା କାଳରେ ହୋଇବେ ସଙ୍ଗରେ ନାଶିବେ ମନରୁ ଆପଦର ଡର । ୧ ।
ପିତାମାତା ଭ୍ରାତାଦି ଯେତେକ ସ୍ୱଜାତି ଛାଡ଼ିଲେ ନାହିଁ ଭୀତି,
ରଖିବେ ଆବୋରି ସ୍ୱବାହୁ ବିସ୍ତାରି ନ କରିବେ ମୋତେ ଛାମୁରୁ ଅନ୍ତର । ୨ ।
ପାପରୂପ ଗରଳ ସଂସାର ଜଞ୍ଜାଳ କଲେ ମୋତେ ବିଭୋଳ,
ଦୁଇର ଅନଳ କରିବେ ଶୀତଳ ଢାଳି ମୋ ଉପରେ ସ୍ୱର୍ଗୀୟ ଶିଶିର । ୩ ।
ନ ଛାଡ଼ି କୁବାଟରେ ଅଡ଼ାଇ ସୁସ୍ୱରେ ନେବେ ନିଜ ପଲରେ
ଅମୃତ ନିର୍ଝର ଜୀବନ ଆହାର ଭୋଜନ ପାନାର୍ଥେ ଦେବେ ନିରନ୍ତର । ୪ ।
ନିଜ ନାମ ସକାଶେ ଉଦ୍ଧାର କରିବେ ସ୍ୱପୁରେ ବାସ ଦେବେ

