Lyrics has been copied to clipboard!
ପ୍ରିୟତମ ପ୍ରଭୁ ତୁମେ
ଚିର ଅନୁପମ ଯୀଶୁ ତୁମେ
କଣ୍ଠେ ନେଇ ତୁମ ମଧୁମୟ ନାମ
କରୁଛୁ ବନ୍ଦନା ଆମେ
ଦୁନିଆ ସାଥିରେ ସାଥି ହୋଇ ଆମେ
ବରିଥିଲୁ ଅଭିଶାପ
ଦୂର କରି ପାପ ଦେବାକୁ ଆଶିଷ
କଲ ତୁମେ ପ୍ରାୟଶ୍ଚିତ୍ତ
ଅନୁଭବ କଲୁ ପ୍ରାଣେ
ପରିତ୍ରାଣ ତୁମରି ପ୍ରେମେ ।୧।
ହେ ଦୟା ସାଗର କ୍ଷମା ନିରିଝର
ଦେଖାଇଲ ମୁକ୍ତି ପଥ
କହିଗଲ ପୁଣି ହେବା ପାଇଁ ଯାତ୍ରୀ
ରଖି ତୁମଠାରେ ଚିତ୍ତ
ଦିଅ ଶକ୍ତି ହେବାକୁ ସାକ୍ଷୀ
ତୁମ ପାଇଁ ଏ ଧରା ଧାମେ ।୨।

