Lyrics has been copied to clipboard!
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିନ ଉପଲକ୍ଷେ
ଆସିଛି ବଡ଼ଦିନ
ଯୀଶୁଙ୍କ ଜନମ ଦିନ
ଆସ ଆସ ସର୍ବ ପ୍ରାଣୀ
କରିଯିବା ଜୟଧ୍ୱନି (୨ଥର)
ଗାଇ ଗାଇ ତାଙ୍କ ପ୍ରଶଂସାଗାନ.....=୦=
ଈଶ୍ୱର ମନୁଷ୍ୟ ମଧ୍ୟେ ମଧ୍ୟସ୍ଥ ହେବାକୁ
ଧାରଣ କରିଲେ ଯୀଶୁ ମାନବ ରୂପକୁ
ଦୀନ ଦୁଃଖୀ ଦରିଦ୍ରର ସେବା କରିବାକୁ
ତ୍ରାଣକର୍ତ୍ତା ସାଜି ଯୀଶୁ ଆସିଲେ ଧରାକୁ
ସବୁ କର୍ତ୍ତୁତ୍ୱ ଭାରକୁ
ନିଜ କାନ୍ଧେ ବୋହିବାକୁ (୨ଥର)
ଶିଶୁ ବେଶେ ଯୀଶୁ ନେଲେ ଜନମ....=୧=
ଆସ ସାଧୂ ଭକ୍ତ ଜନ ସମ୍ମିଳିତ ହେବା
ଏ ଶୁଭ ଦିନେ ଯୀଶୁଙ୍କ ପାଦେ ପ୍ରଣମିବା
ଭକ୍ତି ଭରେ ହୃଷ୍ଟ ଚିତ୍ତେ ଯୀଶୁଙ୍କୁ ସେବିବା
ଏ ଜୀବନ ମନ ପ୍ରାଣ ତାଙ୍କୁ ଅରପିବା
ଶାନ୍ତି ରାଜା ଯୀଶୁ ଖ୍ରୀଷ୍ଟ
ଫେଡିଦେବେ ଦୁଃଖ କଷ୍ଟ (୨ଥର)
ଧନ୍ୟ ହେବ ସତେ ଆମ ଜୀବନ.....=୨=
କଣ୍ଠଦାନ - ଅସୀମା ପଣ୍ଡା
ଗୀତ ଓ ସଙ୍ଗୀତ - ଅମିତ୍ ବଡ଼ନାୟକ
ସଙ୍ଗୀତ ପରିଚାଳନା - ବାପି ସାମଲ
SONG CREDITS :
* Song : Asichi Badadina (ଆସିଛି ବଡ଼ଦିନ)
* Singer : Asima Panda (Ollywood Singer)
* Lyrics : Amit Badanayak
* Music : Amit Badanayak (8895583382)
* Programming & Arrangement : Bapi Samal
* Recording & Mix : MRR Studio, Cuttack
* Recording by : Bunu Bhai
* Mastering By : Shaktiswar Mohapatra
* Camera & Edit : Digital Crew , Cuttack
* DOP : Bapi Bhai
* Production : AB Music
* Banner : AB Music
* Poster Design : Biswo
* Special Thanks : Jack Badanayak
* Music label : AB music
* WhatsApp : 8895583382,7978601423
* Contact : 7978601423,8895583382

