Lyrics has been copied to clipboard!
ମଧୁମୟ ଏ ଲଗନ
ମହକେ ବାସ ଚନ୍ଦନ
ପରିବେଶ କି ମନୋରମ
ଦୁଇ ହୃଦୟ ସ୍ପନ୍ଦନ
ଏକ ରେ ହେଲା ମିଳନ
ଦୁଇ ମନର ସପନ ସଫଳ ହେଲା ଏ ଦିନ
ସରଗୁ ବରଷେ କୁସୁମ
୧- ପରଖେ ଦେଖେ ସେ ନିସଙ୍ଗ ଦୁଇ ଜୀବନ
ବାନ୍ଧିଦେଲେ ପ୍ରଭୁ ଅଦେଖା ଡୋରୀରେ
ଆହା କି ବିଚିତ୍ରମୟ
ଇଶ୍ରାଏଲ ଭାଇନା ବର ବେଶେ କି ସୁନ୍ଦର
ଅଟନ୍ତି ସେ ପରା ସେମ୍ପୋନି ରାଣୀଙ୍କର
ସ୍ୱପ୍ନର ରାଜକୁମାର
ଆଜି ବିଧିବିଧାନେ ଏଇ ପବିତ୍ର ଧାମେ
ଶପଥ କରି ଗ୍ରହଣ
ବନ୍ଧା ହେଲେ ବେଣୀ ପ୍ରାଣ
ଅତୁଟ ରହୁ ଏ ବନ୍ଧନ
୨. କାଲି ଥିଲା ଯିଏ ଅଜଣା ପଥିକ ଟିଏ
ଆଜି ହେଲା ସିଏ ପ୍ରାଣ ପ୍ରିୟ ସାଥି
ଜୀବନ ଚଲାବାଟରେ
ସୁଖରେ ଦୁଃଖରେ ସମ୍ପଦରେ ବିପଦରେ
ଏକ ଆରେକର ମନ ବୁଝି ସଦା
ଚଳିବେ ସେବା ଯତ୍ନରେ
ଏଇ ବିଶୁଦ୍ଧ ପ୍ରେମ ରହୁ ଯାବଜୀବନ
ପ୍ରଭୁ ପଦ ତଳେ ଆମ
ଏହି ମାତ୍ର ନିବେଦନ
କରନ୍ତୁ ଆଶିଷ କଲ୍ୟାଣ
ସ୍ୱର : ଝୁମି ଝୁମି ଗାଏ ମନ ପ୍ରଭୁଙ୍କର ଜୟଗାନ

