Lyrics has been copied to clipboard!
ଶୁଭେ ଆଗମନେ ଗୀତି ବାଜା
ଆନନ୍ଦେ କର ହେ ମଜା
ଏଇ ଧରା ବୁକୁପରେ
ବେଥଲର ଗୁହାଳରେ
ଦୀନହୀନ ଶିଶୁ ବେଶେ
ଆସିଛନ୍ତି ଯୀଶୁରାଜା
ଆନନ୍ଦେ କର ହେ ମଜା
ଏଇ ଧରା ବୁକୁପରେ
ବେଥଲର ଗୁହାଳରେ
ଦୀନହୀନ ଶିଶୁ ବେଶେ
ଆସିଛନ୍ତି ଯୀଶୁରାଜା
୧.ହସୁଛି ତାରା ଆକାଶେ ପରା
ଦେଖି ସେ ସରଗ ସ୍ୱତ
ପଣ୍ଡିତ ଗଣ ମେଷ ପାଳକ
ଗାଆନ୍ତି ପ୍ରଶଂସା ଗୀତ
ପ୍ରଭୁ ଯୀଶୁ ଜନମରେ ଏଇ ଶୁଭ ଲଗନରେ
କେତେପୁଣି ଉପହାରେ
ବେଥଲ ହୋଇଛି ସଜ୍ଜା...
ଦେଖି ସେ ସରଗ ସ୍ୱତ
ପଣ୍ଡିତ ଗଣ ମେଷ ପାଳକ
ଗାଆନ୍ତି ପ୍ରଶଂସା ଗୀତ
ପ୍ରଭୁ ଯୀଶୁ ଜନମରେ ଏଇ ଶୁଭ ଲଗନରେ
କେତେପୁଣି ଉପହାରେ
ବେଥଲ ହୋଇଛି ସଜ୍ଜା...
୨. ରାଜାଧିରାଜ ମହାମହିମ
କେ ଅଛି ତାଙ୍କରି ସମ
ମୁକତିଦାତା, ପାପହରତା
ଜଗତେ ସେ ଏକା ଆମ
ଆସ ଯିବା ଆସ ସର୍ବେ
ସେଇ ଯୀଶୁ ରାଜା ପାଶେ
ପ୍ରେମ ଭକ୍ତି ଫୁଲହାରେ
କରିବା ତାଙ୍କରି ପୂଜା
କେ ଅଛି ତାଙ୍କରି ସମ
ମୁକତିଦାତା, ପାପହରତା
ଜଗତେ ସେ ଏକା ଆମ
ଆସ ଯିବା ଆସ ସର୍ବେ
ସେଇ ଯୀଶୁ ରାଜା ପାଶେ
ପ୍ରେମ ଭକ୍ତି ଫୁଲହାରେ
କରିବା ତାଙ୍କରି ପୂଜା

