Lyrics has been copied to clipboard!
କେମିତି ପୂଜିବି ଯୀଶୁ ଚରଣ
ମୋର ପାପୀ ଦୁଇ ହାତେ
କେମିତି ବୋଲିବି ଯୀଶୁ ସଙ୍ଗୀତ
ମୋର ଏହି ପାପୀ ଓଠେ
ସେ କେତେ ଯେ ବିଶ୍ୱସ୍ତ
ମୋରି ପାଇଁ
ତାଙ୍କପରି ଏ ଧରାରେ କେହି ନାହିଁ ..
ଦେଇଛନ୍ତି ହସ ପୋଛିଦେଇ ଲୁହ
ଥିଲି ଯେବେ ନିରାଶାରେ
ଶାନ୍ତ୍ୱନା ବାଣୀରେ ତାଙ୍କ କରୁଣାରେ
ଆଉଜାଇ ବକ୍ଷରେ
ସେ କେତେ ଯେ .......( ୧ )
ଦେଲେବି ମୁଁ ଦୁଃଖ ଦେଇଛନ୍ତି ସୁଖ
କ୍ଷମି ମୋର ସବୁ ଦୋଷ
ପ୍ରେମ ଆଦରରେ ଅପାର ଦୟାରେ
କରିଛନ୍ତି ଆଶିଷ
ସେ କେତେ ଯେ ....... ( ୨ )
** ରଚନା ଓ ସ୍ୱର ସଂଯୋଜନା
ଯୁନସ ସାମଲ
ଯେ. ଯେ. ହୋମ, କଟକ
On V.B.S , 28/04/2017
Please subscribe to my YouTube
Channel. And click on the bell icon
https://www.youtube.com/channel/UC3DlKtftYcWi3CVhjGvOECg
Click. Here.....

